Gopabandhu Das / ଗୋପବନ୍ଧୁ ଦାସ /Quote

Gopabandhu Das quotes-Utkal Mani Gopabandhu Das was an Indian social reformer, poet, and political leader from Odisha. He was a key figure in the Indian independence movement and worked towards the upliftment of the socially and economically marginalized sections of society. He is widely regarded as the “Maker of Modern Odisha” and his contributions to Odisha’s social, economic, and political development are still celebrated today. He was the founder of the Utkal Sammilani and the first Odia daily newspaper “The Samaja”. His birthday is celebrated as “Utkala Dibasa” in Odisha.

Gopabandhu Das quotes

gopabandhu-das1

ମାନବ ଜୀବନ ନୁହଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଯିଏ ନର କର୍ମ ଏକ ତାର ଜୀବନର ମାନଦଣ୍ଡ

gopabandhu-das1

ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ

ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ |
ଦେଶର ସ୍ୱରାଜ ପଥେ ଯେତେ ଗାଡ଼
ପୁରୁ ତହିଁ ପଡି ମୋର ମାଂସ ହାଡ଼ |

କାତରତା ସିନା କା-ପୁରୁଷ ପଣ,
ବୀର ମାରେ ଅବା ମାରେ କରି ରଣ |

ପଛ ଘୁଂଚା ନାହିଁ ବୀରର ଜାତକେ
ନ ମାରେ ସେ କେବେ ପରାଣ ଆତଙ୍କେ |

କା-ପୁରୁଷ ପରି ମରିବା ଜଗତେ
ନୁହେଁ ନର ପଉରୁଷ,
ପରହିତ ସାଧି ମାରେ ଯେ ମହୀରେ
ସେହି ଏକ ସୁ-ପୁଋଷୁ

ନିଜ କଲାକର୍ମ ଭୋଗେ ନିଜେ ନର
ଏଡି ନ ପରେ ତା ବ୍ରହ୍ମା ହରିହର |
ଧର୍ମ ନିକିତିରେ ହୁଏ ଯେ ତୌଲ
ପରମାଣୁ ତହିଁ ଯାଏ ନାହିଁ ଭୁଲ |

ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ , ଶିଖ, ଜୈନ, ଯେତେ ଭାରତ-ସନ୍ତାନ |
ଯେତେ ଧର୍ମ, ଯେତେ ବର୍ଣ୍ଣ-ଜାତି-କୁଳ, ଭାରତ ଜନନୀ ସମସ୍ତଙ୍କ ମୂଳ |

Read odia story

ପ୍ରେମ ଭାବେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ |
ସର୍ବ ଅନୁଭୂତି ସର୍ବେଭୂତେ ତାର,
ତା ଦୃଷ୍ଟିରେ ବିଶ୍ୱ ଏକ ପରିବାର |

ହେଉ ଗୃହ ନାଶ ଅବା କାରାବାସ
ଯାଉ ପଛେ ପ୍ରାଣ ନ ଯାଉ ବିଶ୍ୱାସ |
ସତ୍ୟ -ଶାନ୍ତି ପଥେ ଚାଲ ଅବିରତ
ଗ୍ରାମେ ଗ୍ରାମେ ସର୍ବେ କର ପଂଚାୟତ |
ଚୋରି ନାରୀ ନିଶା ଆଦି ଦୂରଚାର
ନ କରୁ ଦୂଷିତ ଗ୍ରାମ ପରିବାର |

ନ ହୁଅ ନିରାସ, ନ ହୁଅ ଦୁଃଖିତ
ଉତ୍କଳର ଦୁଃଖମୟ ଚିତ୍ର |
ସୁଖ ଦୁଃଖ ଚକ୍ର ଘୁରେ ନିରନ୍ତର,
ଏକ ପରେ ଆନ ଆସିବ ମୁକର |
ଆଲୁଅ ଅନ୍ଧାର ଖେଳେ ଲୁଚକାଳି
ଆସିବ ଆଲୁଅ ପଡ଼ିଲାଣି ପାଳି |

Gopabandhu Das quotes

Read More

Leave a Reply

Your email address will not be published. Required fields are marked *